top of page

କଫି ଓ କ୍ରୀମ ମିଲ୍କ ସେକ୍ (Coffee and Cream Milk Shake


Recipe


କଫି ଓ କ୍ରୀମ ମିଲ୍କ ସେକ୍



ସାମଗ୍ରୀ:

୧ ପାଉଚ୍ କଫି ପାଉଡର

୪ ଚାମଚ ପାଣି

୧/୨ କପ୍ ଥଣ୍ଡା କ୍ଷୀର

୧ ଚାମଚ ଅମୂଲ ଗୁଣ୍ଡ

ରାତିରୁ ଭିଜା ଯାଇଥିବା ବାଦାମ(୪-୫)

ଅମୂଲ କ୍ରୀମ ୧ ଚାମଚ

ସୁଗାର ଫ୍ରି ଗୁଣ୍ଡ


ପ୍ରଣାଳୀ : ପ୍ରଥମେ ଏକ ସସପ୍ୟାନରେ ୪ଚାମଚ ପାଣିରେ କଫି ଗୁଣ୍ଡ ପକାଇ ଫୁଟାଇ ଦିଅନ୍ତୁ । ଏହା ଫୁଟିଗଲା ପରେ ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ଏକ ଗ୍ରାଇଣ୍ଡରରେ ରାତିରୁ ଭିଜା ବାଦାମକୁ ପକାଇ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଏବେ ଏକ ବ୍ଲେଣ୍ଡରରେ ଗ୍ରାଇଣ୍ଡିଂ ହୋଇଥିବା ବାଦାମ ଓ ଥଣ୍ଡା କ୍ଷୀର ପକାଇ ବ୍ଲେଣ୍ଡ କରି ଦିଅନ୍ତୁ । ଏବେ ଥଣ୍ଡା ହୋଇ ଆସୁଥିବା କଫି ମିଶ୍ରଣରେ ଅମୂଲ ଗୁଣ୍ଡ ଓ ସୁଗାର ଫ୍ରି କୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ବ୍ଲେଣ୍ଡରରେ ଅମୂଲ କ୍ରୀମ ପକାଇ ୨-୩ ଥର ଭଲ ଭାବେ ବ୍ଲେଣ୍ଡ କରି ନିଅନ୍ତୁ । ଦେଖିବେ ଏହି ମିଶ୍ରଣ ଟି ଯେମିତି ଫେଣ ଫେଣ ହୋଇଯିବ । ଏଥିରେ କଫି ର ମିଶ୍ରଣକୁ ଢାଳି ଦିଅନ୍ତୁ ଓ ଗୋଟେ ମିନିଟ ଯାଏଁ ବ୍ଲେଣ୍ଡ କରନ୍ତୁ। ଏବେ ଏହାକୁ ଗ୍ଲାସରେ ଢାଳି ଆରାମରେ ଏନଜୟ କରନ୍ତୁ, କଫି ଓ କ୍ରିମ ମିଲ୍କ ସେକ ।



ରେସିପିଟି ଭଲ ଲାଗିଲେ, ଏହାକୁ ଲାଇକ୍ କରିବେ । . ଲେଖାରେ ଆହୁରି ସୁଧାର ପାଇଁ ନିଜର ମତାମତ ଦେବାକୁ ଭୁଲିବେ ନାହିଁ ।


ଜୟ ଜଗନ୍ନାଥ 🙏

94 views0 comments

Recent Posts

See All
bottom of page